ନୂଆଦିଲ୍ଲୀ ୪|୩ : ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏ ଭିତରେ ଜେଏନୟୁରୁ ନିଖୋଜ ହୋଇଥିବା ଛାତ୍ର ନଜୀବଙ୍କ ମାଆ ଫତିମା ନଫିସଙ୍କ ବଡ ବୟାନ ସାମ୍ନାକୁ ଆସିଛି ।
ଫତିମା ନଫିସ ଟ୍ବିଟ୍ କରି ଲେଖିଛନ୍ତି ଯେ, “ଏୟାର ଷ୍ଟ୍ରାଇକ୍ ମଧ୍ୟ ହୋଇସାରିଛି । ଆମ ଯବାନଙ୍କୁ ମଧ୍ୟ ପାକିସ୍ତାନ ଛାଡିଦେଇଛି । ମାତ୍ର ଏବିଭିପି ମୋ ପୁଅ ନଜୀବକୁ କେବେ ଛାଡିବ” ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଫତିମା ଅସୁସ୍ଥ ଅଛନ୍ତି । ସେ କହିଛନ୍ତି ଯେ, ଯେବେଠାରୁ ନଜୀବ ଗାୟବ ହୋଇଛି ଦେଶରେ ସବୁ ପ୍ରକାରର ସମସ୍ୟା ଉପୁଜୁଛି । ମାତ୍ର ସେସବୁ ସମସ୍ୟା ମଧ୍ୟ ସମାଧାନ କରାଯାଉଛି । ଆମ ଦେଶର ଯବାନ ପାଇଲଟ୍ ଙ୍କୁ ପାକିସ୍ତାନ ଗିରଫ କରିଦେଇଥିଲା । ମାତ୍ର ଠିକ୍ ସମୟରେ ଦେଶ ତାଙ୍କୁ ମଧ୍ୟ ଫେରାଇ ଆଣିଲା । ମାତ୍ର ମୋ ପୁଅ ନଜୀବ ନିଖୋଜ ହେବା ପଛରେ ଏମିତି କଣ କାରଣ ରହିଛି ଯେ, ସରକାର ଏବଂ ଦେଶର ବଡଠୁ ବଡ ଏଜେନ୍ସୀ ଦିଲ୍ଲୀ ପୋଲିସ, ସିବିଆଇ ଏବଂ ଏସଆଇଟି ତାକୁ ଖୋଜି ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ କେବେ ଫେରିବ ଆସିବ କେବେ ଏବିଭିପି ତାକୁ ଛାଡିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
No comments:
Post a Comment