ବନ୍ଧାକୋବି, ଶୀତଦିନିଆ ବଜାରରେ ଏଇ ପରିବାର ଭିଡ଼ ଦେଖିବାକୁ ମିଳେ। ପୋଷକତତ୍ତ୍ବ ଭରପୂର ବନ୍ଧାକୋବି ଖାଇଲେ ରୋଗପ୍ରତିରୋଧକ ବଢ଼ିବା ସହ କୋଲେଷ୍ଟରଲ୍ ସ୍ତର ନିୟନ୍ତ୍ରଣରେ ରହେ।– ବନ୍ଧାକୋବି ତରକାରି ସହ ଦ୍ବିପହର ଭୋଜନରେ ଏହାର ସାଲାଡ୍ ଖାଆନ୍ତୁ। କଞ୍ଚା ବନ୍ଧାକୋବି ଖାଇବା ଶରୀର ପାଇଁ ବେଶ୍ ଭଲ। ବନ୍ଧାକୋବିକୁ ପତଳା କାଟି ସେଥିରେ କାକୁଡ଼ି, ଗାଜର, ଲେମ୍ବୁ ଚିପୁଡ଼ି ମିଶାଇ ସାଲାଡ୍ ଭଳି ଖାଇପାରିବେ।
– ବନ୍ଧାକୋବି ସାଲାଡ୍ ଖାଇଲେ ଆମ ପାଚନ ଶକ୍ତି ଭଲ ହେବା ସହ ଓଜନ ନିୟନ୍ତ୍ରଣରେ ରହେ। ବାରମ୍ବାର ଭୋକ ଲାଗୁଥିଲେ, ଦିନକୁ ୨ଥର ଭୋଜନ ପୂର୍ବରୁ ବନ୍ଧାକୋବି ସାଲାଡ୍ ଖାଇଲେ ଉତ୍ତମ ପ୍ରଭାବ ପଡ଼ୁଥିବାର ବିଶେଷଜ୍ଞଙ୍କ ମତ।
– ଏହା ସହ ଏଇ ସାଲାଡ୍ ଖାଇଲେ ଆମ ଦୃଷ୍ଟି ଶକ୍ତି ଭଲ ହେବା ସହ କେଶ ଓ ତ୍ବଚାକୁ ମଧ୍ୟ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳେ।
No comments:
Post a Comment