ଆଇଏଏସ୍ ଅଧିକାରୀ ମାନୁନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦେଶ - Chiplima Tv

Breaking

Chiplima Tv

THIS BLOG IS A NEWS BLOG ANYONE WHO INTEREST IN CHIPLIMA TV CAN BE A MEMBER OF THIS BLOG FOLLOW US

AUTHOR

Post Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଆଇଏଏସ୍ ଅଧିକାରୀ ମାନୁନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦେଶ


ନୂଆଦିଲ୍ଲୀ ୪/୩: ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଅଧୀନରେ ଥିବା ପ୍ରଶିକ୍ଷଣ ଏବଂ କାର୍ମିକ ବିଭାଗର ଦେଶବ୍ୟାପି ୪୦୦୦ରୁ ଅଧିକ ଆଇଏଏସ୍ ଅଧିକାରୀ ମୋଦିଙ୍କ ନିର୍ଦ୍ଦେଶ ମାନିନାହାଁନ୍ତି । ମୋଦି ସର୍କୁଲାର ଜାରି କରିଥିଲେ ମଧ୍ୟ ଚଳିତ ବର୍ଷ ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଜ ସମ୍ପତ୍ତି ଏବଂ ପୁଞ୍ଜିର ତଥ୍ୟ ଦେଇନାହାଁନ୍ତି ।


ପୁଣି ଥରେ ପ୍ରଶିକ୍ଷଣ ଏବଂ କାର୍ମିକ ବିଭାଗ ଦ୍ବିତୀୟ ସର୍କୁଲାର ଜାରି କରି ଆଇଏଏସ୍ ଅଧିକାରୀଙ୍କୁ ଏହି ମାସର ଶେଷ ତାରିଖ ସୁଦ୍ଧା ନିଜ ସମ୍ପତ୍ତିର ହିସାବ ଦେବାକୁ କହିଥିଲେ  । କିନ୍ତୁ ଅନ୍ତିମ ଦିନ ବିତି ଯାଇଥିଲେ ସୁଦ୍ଧା ପାଖାପାଖି ୩୪୦ଜଣ ଆଇଏଏସ୍ ଅଧିକାରୀ ଗତ ବର୍ଷର ନିଜର ଅସ୍ଥାବର ସମ୍ପତ୍ତିର ତଥ୍ୟ ନଦେଇ ପ୍ରଧାନମନ୍ତ୍ରୀଙ୍କ ଆଦେଶକୁ ଅବମାନନା କରିଛନ୍ତି।


କାର୍ମିକ ବିଭାଗ ସମସ୍ତ ରାଜ୍ୟର ଆଇଏଏସ୍ ଅଧିକାରୀଙ୍କୁ  ଚେତାବନୀ ଦେଇଛନ୍ତି ଯେ ସମ୍ପତ୍ତିର ବିବରଣ ନଦେବାର ପରିଣାମ ଗମ୍ଭୀର ହେବ। ଏହା ସହିତ ଅଧିକାରୀଙ୍କୁ ଗତ ବର୍ଷର ଆଇପିଆରଏସ୍ ମଧ୍ୟ ଗତ ଜାନୁୟାରୀ ୩୧ତାରିଖ ମଧ୍ୟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୈାଣସି କନଫରେନ୍ସରେ ଯୋଗ ଦେବାପାଇଁ  କିମ୍ବା ଡେପୁଟେସନରେ ଯିବାପାଇଁ କେନ୍ଦ୍ରର କ୍ଲିୟରାନ୍ସ ଆବଶ୍ୟକ ପଡ଼ିଥାଏ।  ସମ୍ପତ୍ତି ତଥ୍ୟ ଦାଖଲ କରିନଥିବାରୁ ସଂପୃକ୍ତ କାର୍ଯ୍ୟ ପାଇଁ ଖିଲାପି ଆଇଏଏସଙ୍କୁ  ଅଧିକାରୀଙ୍କୁ ଭିଜିଲାନ୍ସ କ୍ଲିୟରାନ୍ସ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।


ସରକାର ୨୦୧୬ରେ ଆଇଏଏସ୍ ଅଧିକାରୀଙ୍କ ପାଇଁ ସମ୍ପତ୍ତି ରିଟର୍ଣ୍ଣ ଭରିବାର ପ୍ରକ୍ରିୟାକୁ ଅନଲାଇନ୍ ପ୍ଲାଟଫର୍ମ ଲଞ୍ଚ କରି ସରଳ କରିଦିଆଇଛି । ଏହା ସତ୍ତ୍ବେ ବାବୁମାନେ ଏହାକୁ ଖାତିର କରୁନାହାନ୍ତି।

No comments:

Post a Comment

Featured post

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

  ଚିପିଲିମା:  ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ର...

Post Top Ad

Responsive Ads Here