ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା - Chiplima Tv

Breaking

Chiplima Tv

THIS BLOG IS A NEWS BLOG ANYONE WHO INTEREST IN CHIPLIMA TV CAN BE A MEMBER OF THIS BLOG FOLLOW US

AUTHOR

Post Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

 

ଚିପିଲିମା: ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ରୋଗୀ ସେବା ନାରେ ପ୍ରାଇଭେଟ ମେଡିକାଲ ମାନେ ପୁଳା ପୁଳା ଟଙ୍କା ଲୁଟୁଥିବା ବେଳେ ଗରିବ ଶ୍ରେଣିର ଲୋକଙ୍କୁ ମାତ୍ର ୧ ଟଙ୍କାରେ ଚିକିତ୍ସା କରୁଛନ୍ତି ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ।

ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତର ରାମଚନ୍ଦାନୀ ନିଜ ଘର ପାଖେ ଖୋଲିଛନ୍ତି ଏକ କ୍ଲିନିକ୍‌। ସେହି କ୍ଲିନିକ୍‌କୁ ଆସୁଥିବା ରୋଗୀଙ୍କଠୁ ମାତ୍ର ୧ ଟଙ୍କା ଫିସ୍‌ ରଖନ୍ତି ଡାକ୍ତର ରାମଚନ୍ଦାନୀ। ବୁର୍ଲା ମେଡିକାଲରେ ନିଜର ଡ୍ୟୁଟି ସାରିବା ପରେ ସନ୍ଧ୍ୟା ସମୟରେ ଗରିବ ଲୋକଙ୍କ ଚିକିତ୍ସା କରୁଛନ୍ତି।

କେବଳ ସେତିକି ନୁହେଁ ତାଙ୍କ ଧର୍ମପତ୍ନୀ ଜଣେ ଡେଣ୍ଟାଲ ସର୍ଜନ ହୋଇଥିବାରୁ ସେ ମଧ୍ୟ ୧ ଟଙ୍କାରେ ରୋଗୀ ସେବା କରୁଛନ୍ତି। ନିକଟରେ ଡାକ୍ତର ରାମଚନ୍ଦାନୀ ତାଙ୍କ ମା’ଙ୍କ କରକମଳରେ ଏହି ଏକ ଟଙ୍କିଆ କ୍ଲିନିକର ଉଦଘାଟନ କରିଛନ୍ତି। ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଭୂରି ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।

No comments:

Post a Comment

Featured post

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

  ଚିପିଲିମା:  ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ର...

Post Top Ad

Responsive Ads Here