ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିବା ବେଳେ ଶେଷ ସନ୍ଦେଶ ଦେଇଥିଲେ ଅଭିନନ୍ଦନ! ଜାଣନ୍ତୁ ଏଫ-୧୬କୁ ଟାର୍ଗେଟ କରିବା ପୂର୍ବରୁ କଣ କହିଥିଲେ ଭାରତର ଏହି ବୀର ଯୋଦ୍ଧା - Chiplima Tv

Breaking

Chiplima Tv

THIS BLOG IS A NEWS BLOG ANYONE WHO INTEREST IN CHIPLIMA TV CAN BE A MEMBER OF THIS BLOG FOLLOW US

AUTHOR

Post Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିବା ବେଳେ ଶେଷ ସନ୍ଦେଶ ଦେଇଥିଲେ ଅଭିନନ୍ଦନ! ଜାଣନ୍ତୁ ଏଫ-୧୬କୁ ଟାର୍ଗେଟ କରିବା ପୂର୍ବରୁ କଣ କହିଥିଲେ ଭାରତର ଏହି ବୀର ଯୋଦ୍ଧା


ଫେବ୍ରୃଆରୀ ୨୭ ତାରିଖରେ, ଯେତେବେଳେ ପାକିସ୍ତାନୀ ଯୁଦ୍ଧ
ବିମାନକୁ ପିଛା କରିଥିଲେ ୱିଙ୍ଗ କମାଂଡର ଅଭିନନ୍ଦନ ବର୍ଥମାନ, ସେତେବେଳର ଶେଷ ସଂଦେଶ ଏବେ ସାମ୍ନାକୁ ଆସିଛି । ଅଭିନନ୍ଦନ ବାର୍ତା ଦେଇଥିଲେ, ସେ ଆର-୭୩ ମିସାଇଲ ବ୍ୟବହାର କରିବାକୁ ନିଷ୍ପତି ନେଇଛନ୍ତି । ଏହା ପରେ ଅଭିନନ୍ଦନଙ୍କ ସହ ଭାରତୀୟ ବାୟୁସେନାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅଭିନନ୍ଦନ ସେହି ବାର୍ତା ଦେଇ ପାକିସ୍ତାନୀ ଯୁଦ୍ଧ ବିମାନ ଉପରେ ମିସାଇଲ ମାଡ କରି ଦେଇଥିଲେ । ଆଉ ଏଥିରେ ଅତ୍ୟାଧୁନିକ ଏଫ-୧୬ ବିମାନ ଧ୍ୱଂସ ହୋଇଯାଇଥିଲା ।

ଫେବୃୟାରୀ ୨୭,୨୦୧୯ । ସକାଳ ପ୍ରାୟ ୧୦ଟା । କାଶ୍ମୀରର ରଜୌରୀ ଆକାଶ । ସ୍ଥଳ ଭାଗରୁ ପ୍ରାୟ ୨୦ ହଜାର ଫୁଟ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ ୧୬କୁ ପିଛା କରୁଥାଏ ମିଗ ୨୧ ବାଇସନ । ଆମେରିକା ନିର୍ମିତ ସୁପର ସୋନିକ୍ ଫାଇଟର ଏୟାରକ୍ରାଫ୍ଟ ଏଫ-୧୬କୁ ଟାଗେର୍ଟ କରିବାକୁ ଚେଷ୍ଟା କରୁଥାନ୍ତି  ମିଗ ୨୧ ବାଇସନର ପାଇଲଟ ଅଭିନନ୍ଦନ ବର୍ଥମାନ । ପାକିସ୍ତାନ ଭିତରେ ପଶି ଭାରତୀ ବାୟୁସେନା ଜୈସ – ଏ – ମହମ୍ମଦର କ୍ୟାମ୍ପକୁ ବୋମାରେ ଉଡ଼ାଇ ଦେବା ପରେ ଭାରତୀୟ ଆକାଶ ଭିତରକୁ ପଶି ଆସିଥାଏ ପାକିସ୍ତାନର ଏହି ଯୁଦ୍ଧ ବିମାନ । ପ୍ରାୟ ୧୫ ମିନିଟ ଧରି ଲାଇନ ଅଫ କଂଟ୍ରୋଲରୁ ପ୍ରାୟ ୨୦ରୁ ୨୫ ହଜାର ଫୁଟ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଓ ଭାରତୀୟ ଯୁଦ୍ଧ ବିମାନ ଭିତରେ ଛକାପଂଝା ଚାଲିଥାଏ ।

ଆଉ ତା ଭିତରେ ଆମେରିକା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ-୧୬ର ଟାଗେର୍ଟ ଫିକ୍ସ କରିସାରିଥାନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ । ତାଙ୍କ ବିମାନ ମିଗ୍ ୨୧ ବାଇସନରେ ୨ ପ୍ରକାରର ମିସାଇଲ ଖଞ୍ଜା ଯାଇଥାଏ । ଗୋଟିଏ ହେଉଛି ଆକାଶରୁ ଆକଶକୁ ନିକ୍ଷେପ କରି ହେଉଥିବା ଅଳ୍ପ ଦୂରଗାମୀ R-୭୩ ମିଜାଇଲ ଓ ଅନ୍ୟଟି ହେଉଛି ସେହି ଆକାଶରୁ ଆକଶକୁ ନିକ୍ଷେପ କରି ହେଉଥିବା RVV-AE  ମଧ୍ୟମ ଦୂରଗାମୀ ମିଜାଇଲ । ସେତେବେଳକୁ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଭାରତର ମିଗ୍ ୨୧ ବାଇସନ ପାକ୍ ଅଧିକୃତ କଶ୍ମୀରର ଆକାଶକୁ ନେଇ ଯାଇଥାଏ ।

ଶେଷ ମୁହୁର୍ତରେ ରେଡ଼ିଓ ଟ୍ରାନ୍ସମିଶନରେ ଅଭିନନ୍ଦନ ବାର୍ତା ଦେଇଛନ୍ତି ଯେ ‘ଆର-୭୩ ସିଲେକଟେଡ଼’ ଅର୍ଥାତ ସେ ଅଳ୍ପ ଦୂରଗାମୀ ଆର୭୩ ମିସାଇଲକୁ ନିକ୍ଷେପ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ହିଁ ଥିଲା ମିଗ୍ ବିମାନ ଉପରୁ ଅଭିନନ୍ଦନଙ୍କ ଶେଷ ମେସେଜ୍ । ଆଉ ତାର କେଇ ସେକେଣ୍ଡ ଭିତରେ ଆକାଶରେ ହିଁ ବିସ୍ପୋରଣ ହୋଇଗଲା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬ । ରକ୍ଷାବିଶେଷଜ୍ଞଙ୍କ କହିବା ଅନୁସାରେ ଋୁଷିଆ ନିର୍ମିତ ମିଗ୍-୨୧ ଆମେରିକା ନିର୍ମିତ ଏଫ-୧୬ ଯୁଦ୍ଧ ବିମାନକୁ ପ୍ରଥମ ଥର ପାଇଁ ଧ୍ୱଂସ କରିଛି । ଆଉ ଆକାଶରେ ଏଫ-୧୬ ଧ୍ୱଂସ ହେବା ପରେ ଅଭିନନ୍ଦନଙ୍କ ମିଗ୍-୨୧ ବିମାନ ବି ଖସି ପଡ଼ିଥିଲା ।

No comments:

Post a Comment

Featured post

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

  ଚିପିଲିମା:  ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ର...

Post Top Ad

Responsive Ads Here