ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାର ବଡ଼ମାଲସ୍ଥିତ ଗୋଳାବାରୁଦ କାରଖାନାର ପ୍ରମୁଖ ଭୂମିକା ରହିଛି। ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଥିବା ବେଳେ ସାରା ଦେଶର ବିଭିନ୍ନ ସହରରେ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ମଧ୍ୟ ଜାରି ହୋଇଛି ହାଇଆଲର୍ଟ । ଏହାରି ଭିତରେ କେନ୍ଦ୍ର ଗୁଇନ୍ଦା ବିଭାଗର ଅଧିକାରୀ ବଲାଙ୍ଗୀରରେ ପହଞ୍ଚିଛନ୍ତି ବଡ଼ମାଲ ଗୋଳାବାରୁଦ କାରଖାନା ନିରବଚ୍ଛିନ୍ନ ଭାବରେ କମାଣ ନିର୍ମାଣ କରି ସେନାବାହିନୀକୁ ମଜବୁତ କରୁଛି।
ଭାରତ ପକ୍ଷରୁ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଭାରତ-ପାକ୍ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ଗୋଳାବାରୁଦ କାରଖାନାରେ ମଧ୍ୟ ହାଇଆଲର୍ଟ ଜାରି ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, ଦିଲ୍ଲୀରୁ କେନ୍ଦ୍ର ଗୁଇନ୍ଦା ବିଭାଗର ଦୁଇ ଜଣ ଅଧିକାରୀ ବଡ଼ମାଲ ଗୋଳାବାରୁଦ କାରଖାନା ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। କାରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫ୍ୟାକ୍ଟ୍ରି ଏରିଆରେ ବନ୍ଧୁକଧାରୀ ଡିଫେନ୍ସ ସିକ୍ୟୁରିଟି ଫୋର୍ସ ମୁତୟନ କରାଯାଇଥିବା ବେଳେ ସଂଧ୍ୟାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। କାରଖାନାର ମୁଖ୍ୟ ଫାଟକରୁ ଇଷ୍ଟେଟ ଏରିଆ ଯାଏଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
No comments:
Post a Comment