ଓଡ଼ିଶାର ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଲା ରାଷ୍ଟ୍ରପତି ପଦକ - Chiplima Tv

Breaking

Chiplima Tv

THIS BLOG IS A NEWS BLOG ANYONE WHO INTEREST IN CHIPLIMA TV CAN BE A MEMBER OF THIS BLOG FOLLOW US

AUTHOR

Post Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଓଡ଼ିଶାର ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଲା ରାଷ୍ଟ୍ରପତି ପଦକ


 ୨୦୧୧-୧୨ ଜନଗଣନାରେ ଦେଇଥିଲେ ନିର୍ଭୁଲ୍‍ ତଥ୍ୟ

ସାଲେପୁର: ଓଡ଼ିଶାର ଦୁଇ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସା ପତ୍ର ମିଳିଛି। କଟକ ଜିଲାପାଳ ଏହି ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା(୧)ର ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁ ରାଷ୍ଟ୍ରପତି ପଦକ ପାଇଛନ୍ତି। ୨୦୧୧-୧୨ ଜନଗଣନାରେ ନିର୍ଭୁଲ୍‍ ତଥ୍ୟ ଦେଇଥିବାରୁ ଉଭୟଙ୍କୁ ଏହି ପଦକ ମିଳିଛି।


କୋଭିଡ୍‍ କଟକଣା ଯୋଗୁ ରାଷ୍ଟ୍ରପତି ଭବନରେ ଏହା ପ୍ରଦାନ କରାନଯାଇ କଟକ ଜିଲାପାଳଙ୍କ ଜରିଆରେ ପ୍ରଶଂସାପତ୍ର ଓ ରାଷ୍ଟ୍ରପତି ପଦକ ଦିଆଯିବାକୁ କୁହାଯାଇଥିଲା। ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା(୧)ର ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁଙ୍କ ପ୍ରଶଂସାପତ୍ର ଓ ରାଷ୍ଟପତି ପଦକ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରଦାନ କରିଥିବା ଜଣାଯାଇଛି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଲେପୁର ସିଡିପିଓ ସୁଷମା ମହାପାତ୍ର, ଅଙ୍ଗନବାଡ଼ି ଲେଡିଜ୍‍ ୱାର୍କର ଆସୋସିଏସନ୍‍ ପକ୍ଷରୁ ସଭାପତି ପ୍ରମିଳା ଦାସ, ସମ୍ପାଦିକା ପ୍ରଭାତୀ ପରିଡ଼ା, ସମାଜ ସେବୀ ଅଜୟ କୁମାର ସେନାପତି ପ୍ରମୁଖ ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

No comments:

Post a Comment

Featured post

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

  ଚିପିଲିମା:  ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ର...

Post Top Ad

Responsive Ads Here