ଭୁବନେଶ୍ୱର: ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ହେବନି ଜିରୋ ନାଇଟ୍ ସେଲିବ୍ରେସନ୍। ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା ହୋଇଥିବା ବେଳେ ଏବେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ।
ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି। ଏହାସହ ନାଇଟ୍ କର୍ଫ୍ୟୁ ପାଇଁ ସହଯୋଗ କରିବାକୁ SRC ନିବେଦନ କରିଛନ୍ତି। ତେବେ ଏହି ସମୟରେ ସବୁ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି SRC ସ୍ପଷ୍ଟ କରିଛନ୍ତି।
ତେବେ ନାଇଟ୍ କର୍ଫ୍ୟୁରେ ଯା’ଆସ ପାଇଁ
ଗଣମାଧ୍ୟମ କର୍ମଚାରୀଙ୍କୁ ଅନୁମତି ମିଳିବ। ଗଣମାଧ୍ୟମ କର୍ମଚାରୀମାନେ ନାଇଟ
କର୍ଫ୍ୟୁରେ ଯା’ଆସ କରିପାରିବେ। ଉଭୟ ପ୍ରିଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର
ପ୍ରତିନିଧିମାନେ ଯା’ଆସ କରିପାରିବେ। ଡ୍ୟୁଟି ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ଯା’ଆସ
ଅନୁମତି ରହିଛି।
No comments:
Post a Comment