କଟକ/ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ଭିଡ଼ ଏଡ଼ାଇବାକୁ କଟକ, ଭୁବନେଶ୍ୱରରେ ଆଜି ୧୪୪ ଧାରା ଜାରି ହେବ। ଆଜି ପ୍ରେସ୍ମିଟ୍ରେ ଏନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ରାତିରେ ନୂଆବର୍ଷ ଭୋଜି ନ କରିବାକୁ ପୋଲିସ୍ କମିଶନର କହିଛନ୍ତି। ଆପାର୍ଟମେଣ୍ଟ, ରେସିଡେନ୍ସିଆଲ୍ ଅଞ୍ଚଳରେ ଭୋଜି ନ କରିବା ପାଇଁ ପୋଲିସ୍ କମିଶନର କହିଛନ୍ତି।
ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାସ୍ତାର ବିଭିନ୍ନ ଜାଗାରେ ନାକା ଲଗାଯିବ।ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ପ୍ରେସ୍ମିଟ୍ରେ ପୋଲିସ୍ କମିଶନର ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା ହୋଇଥିବା ବେଳେ ଏବେ ରାଜ୍ୟରେ ନାଇଟ୍
କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା
ଯାଏ ନାଇଟ୍ କର୍ଫ୍ୟୁ ଲାଗିବ।
No comments:
Post a Comment