ପାକିସ୍ତାନର ଅସଲ ମୁଖାକୁ ଅନ୍ତର୍ଜାତିକ ସ୍ତରରେ ଖୋଲିଦେଲେ ଖୋଦ୍‌ ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକି - Chiplima Tv

Breaking

Chiplima Tv

THIS BLOG IS A NEWS BLOG ANYONE WHO INTEREST IN CHIPLIMA TV CAN BE A MEMBER OF THIS BLOG FOLLOW US

AUTHOR

Post Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପାକିସ୍ତାନର ଅସଲ ମୁଖାକୁ ଅନ୍ତର୍ଜାତିକ ସ୍ତରରେ ଖୋଲିଦେଲେ ଖୋଦ୍‌ ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକି



ପ୍ୟାରିସ୍‌: ଏବେ ପାକିସ୍ତାନର ଅସଲ ମୁଖାକୁ ଅନ୍ତର୍ଜାତିକ ସ୍ତରରେ ଖୋଲି ଦେଇଛନ୍ତି ଖୋଦ୍‌ ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକି। ଗତ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନୀ ବାୟୁସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଭାରତର ପ୍ରତିରକ୍ଷା ଓ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲା, ସେଥିରେ ପାକିସ୍ତାନ ବାୟୁସେନା ପକ୍ଷରୁ ଆମେରିକା ନିର୍ମିତ ଏଫ୍‌-୧୬ ଲଢ଼ୁଆ ଯୁଦ୍ଧ ବିମାନର ବ୍ୟବହାର କରା ଯାଇଥିଲା ବୋଲି କହିଛନ୍ତି ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକି।

ପୁଲଓ୍ଵାମା ହାମ୍‌ଲା ପରେ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଟ୍ରେନିଂ ସେଣ୍ଟରକୁ ଭାରତୀୟ ବାୟୁସେନା ଆକାଶମାର୍ଗରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଧ୍ୱଂସ କରି ଦେଇଥିଲା। ଏହି ଘଟଣାରେ ପ୍ରତିହିଂସା ପରାୟଣ ହୋଇ ଗତ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନୀ ବାୟୁସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଭାରତର ପ୍ରତିରକ୍ଷା ଓ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। ଏଥିପାଇଁ ପାକିସ୍ତାନ ବାୟୁସେନା ପକ୍ଷରୁ ଆମେରିକା ନିର୍ମିତ ଏଫ୍‌-୧୬ ଲଢ଼ୁଆ ଯୁଦ୍ଧ ବିମାନର ବ୍ୟବହାର କରା ଯାଇଥିଲା। ତେବେ, ପରବର୍ତ୍ତୀ ସମୟରେ ପାକିସ୍ତାନ ଏହାକୁ ଅସ୍ୱୀକାର କରିବା ସହ ଭାରତ ବିରୋଧରେ ଏଫ୍‌ ୧୬ ଲଢ଼ୁଆ ବିମାନ ବ୍ୟବହାର କରିନାହିଁ ବୋଲି ସଫେଇ ଦେଇଥିଲା। କିନ୍ତୁ, ପାକିସ୍ତାନ ଦ୍ୱାରା ଏଫ୍‌ ୧୬ ଲଢ଼ୁଆ ବିମାନ ବ୍ୟବହାର ହୋଇଥିବା ସଂପର୍କରେ ଭାରତ ଏକାଧିକ ପ୍ରମାଣ ଦେବା ପରେ ଆମେରିକା ଏବେ ପାକିସ୍ତାନକୁ ଏହାର ଜବାବ ମାଗିଛି। ଏପରିସ୍ଥିତିରେ ଗତ ୨୭ ତାରିଖରେ ପାକିସ୍ତାନ ବାୟୁସେନା ପକ୍ଷରୁ ଭାରତ ବିରୋଧରେ ଆମେରିକା ନିର୍ମିତ ଏଫ୍‌-୧୬ ଲଢ଼ୁଆ ଯୁଦ୍ଧ ବିମାନର ବ୍ୟବହାର କରା ଯାଇଥିଲା ବୋଲି କହିଛନ୍ତି ପାକିସ୍ତାନୀ ସେନାରେ ଥିବା ନିଜର ସୂତ୍ରକୁ ଆଧର କରି ସାମ୍ବାଦିକ ତାହା ସିଦ୍ଦିକି ରିପୋର୍ଟ ଛାପିବା ପରେ ହରଡ଼ ଘଣାରେ ପଡ଼ିଯାଇଛି ପାକିସ୍ତାନ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ତାହା ସିଦ୍ଦିକି ହେଉଛନ୍ତି ଅନ୍ତର୍ଜାତିକ ଖ୍ୟାତି ସଂପନ୍ନ ଜଣେ ପାକିସ୍ତାନୀ ସାମ୍ବାଦିକ। ତେବେ, ପାକିସ୍ତାନୀ ସେନାର କଳା କାରନାମା ଓ ଆତଙ୍କବାଦୀ ଗୋଷ୍ଠୀ ସହ ପାକିସ୍ତାନୀ ସେନାର ମଧୁର ସଂପର୍କରେ ଏକାଧିକ ରିପୋର୍ଟ ପ୍ରକାଶ କଲାପରେ ୨୦୧୮ ଜାନୁଆରିରେ ସିଦ୍ଦିକିଙ୍କୁ ଅପହରଣ କରିନେଇ ହତ୍ୟା କରିବା ପାଇଁ ଯୋଜନା କରିଥିଲା ପାକିସ୍ତାନୀ ସେନା। ତେବେ, ସୌଭାଗ୍ୟ କ୍ରମେ ସିଦ୍ଦିକି ପାକିସ୍ତାନୀ ସେନା କବଳରୁ ଖସି ଆସିବାରେ ସମର୍ଥ ହେବା ପରେ ନିଜ ଜୀବନ ବଞ୍ଚାଇବା ପାଇଁ ପାକିସ୍ତାନ ଛାଡ଼ି ଫ୍ରାନ୍ସ ପଳାଇ ଆସିଥିଲେ। ଏବେ ‘ନ୍ୟୁୟର୍କ ଟାଇମସ୍‌’, ‘ଦ ଗାର୍ଡିଏନ୍‌’, ‘ଓ୍ଵାଶିଂଟନ୍‌ ପୋଷ୍ଟ’ ଠାରୁ ଆରମ୍ଭ କରି ଆହୁରି ବହୁ ଖ୍ୟାତନାମା ଓ ପ୍ରତିଷ୍ଠିତ ସମ୍ବାଦପତ୍ର ପାଇଁ ସାମ୍ବାଦିକତା କରୁଛନ୍ତି ସିଦ୍ଦିକି।

No comments:

Post a Comment

Featured post

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

  ଚିପିଲିମା:  ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ର...

Post Top Ad

Responsive Ads Here