ନିର୍ବାଚନୀ ଯୁଦ୍ଧ ଭିତରେ ବିଜେଡ଼ି ସୁପ୍ରିମୋଙ୍କ ନିର୍ବାଚନୀ ସଚିବ ନିଯୁକ୍ତ ହୋଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସଙ୍କୁ ନବୀନ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସ ଜଣେ ଅବସରପ୍ରାପ୍ତ ପ୍ରଶାସକ । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ ।
ସୋମବାର ଦିନ ଅବସରପ୍ରାପ୍ତ ପ୍ରଶାସକ ଡ. ଗୋପବନ୍ଧୁ ଦାଶ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଆଜି ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତ କରିଥିବା କଥା ଏକ ପ୍ରେସ୍ ଇସ୍ତାହାର ଜରିଆରେ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଜଣାଇଛନ୍ତି ।
No comments:
Post a Comment